କନ୍ଧମାଳ ଲୋକସଭା ଆସନ ଲାଗି ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ

କନ୍ଧମାଳ ଲୋକସଭା ଆସନ ଲାଗି ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ। କନ୍ଧମାଳ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଡକ୍ଟର ସାମନ୍ତ।ନିଜର ଅନେକ ସମର୍ଥକ,ନେତା ଓ କର୍ମୀଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କନ୍ଧମାଳ ଲୋକସଭା ଆସନରୁ ପ୍ରଥମ ଥର ନିର୍ବାଚନ ଲଢ଼ିବେ ଡକ୍ଟର ଅଚ୍ୟୁତ ସାମନ୍ତ। ପୂର୍ବରୁ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ କନ୍ଧମାଳରୁ ସାଂସଦ ଥିଲେ।ଚଳିତ ନିର୍ବାଚନରେ ବିଜେଡି ସୁପ୍ରିମୋ ସାମନ୍ତଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେବା ପରେ ବିଜୟକୁ ନେଇ ବେଶ୍ ଆଶାବାଦି ଅଛନ୍ତି ଡଃ ସାମନ୍ତ ।ତେବେ ଅପେକ୍ଷା ଫଳାଫଳକୁ।

Report: OmmtvOdisha

Achyuta Samanta

Post a Comment

0 Comments