ଘସିପୁରା ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ନିର୍ମମ ଭାବେ ହତ୍ୟା

କେନ୍ଦୁଝରର ଘସିପୁରାଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ରାଜନୈତିକ ହିଂସାକୁ ନେଇ ଘସିପୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ରାମଚନ୍ଦ୍ରଙ୍କ ହାତ ଓ ଗୋଡ଼କୁ କାଟିବା ସହ ତାଙ୍କର ହତ୍ୟା କରିଥିବା ଜାଣିବାକୁ ମିଳିଛି। ସୂଚନା ରହିଛି ଯେ ଏହି ହତ୍ୟାକାଣ୍ଡ ପଛରେ ହାତ ଥିବା ଦୁଇ ଅଭିଯୁକ୍ତ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ ବି ପୁଲିସ୍‌ ଏ ସଂପର୍କରେ କୌଣସି ତଥ୍ୟ ଦେଇ ନାହିଁ.

Post a Comment

0 Comments