ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ହେବାରୁ ବଞ୍ଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କୁ ଚିଲିକା ଆସନରେ ଥଇଥାନ କରାଯାଇଛି । ଏହି ଆସନ ପାଇଁ ପୂର୍ବରୁ ପ୍ରସନ୍ନ ପାଟଶାଣୀଙ୍କ ନାମ ଚର୍ଚ୍ଚା ହେଉଥିଲା । ମାତ୍ର କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଙ୍କ ସହ ଶ୍ରୀ ପାଟଶାଣୀଙ୍କ ଦେଖା କରି ଚିଲିକାରୁ ନଲଢ଼ିବାକୁ ଅନୁରୋଧ କରିଥିଲେ ଓ ରାଜ୍ୟସଭାକୁ ତାଙ୍କୁ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପାଟଶାଣୀଙ୍କ ପ୍ରକାଶ କରିଥିଲେ । ବ୍ରହ୍ମପୁରରୁ ସିଦ୍ଧାନ୍ତ ବଦଳରେ ପ୍ରମିଳା ବିଶୋଇଙ୍କୁ ପ୍ରାର୍ଥୀ କରାଯାଇଛି।

ସୂଚନା ଅନୁଯାୟୀ, ଅଭିନେତାରୁ ନେତା ସାଜିଥିବା ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁର ଟିକେଟ ପାଇବାରୁ ବଞ୍ଚିତ ହେବାପରେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଚାଲିଥିଲା ମାତ୍ର ସିଦ୍ଧାନ୍ତ କିନ୍ତୁ ଏହାକୁ ଖଣ୍ଡନ କରି କହିଥିଲେ ସେ ଟିକେଟ ପାଆନ୍ତୁ କି ନପାଆନ୍ତୁ ବିଜେଡ଼ି ଦଳରେ ସେ ଅଛନ୍ତି ଓ ଦଳର ସଭାପତି ତାଙ୍କୁ ଯେଉଁ ଦାୟିତ୍ବ ଦେବେ ତାକୁ ସେ ସୂଚାରୁ ରୂପେ ତୁଲାଇବେ । ଏହାପରେ ଦଳ ତାଙ୍କ ନାମ ୪୦ଷ୍ଟାର ପ୍ରଚରକ ମଧ୍ୟରେ ଘୋଷଣା କରିଥିଲା । ଵିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି କିମ୍ବା ଆସନ୍ତା କାଲି ସିଦ୍ଧାନ୍ତ ମହାପାତ୍ର ନାଁ ଚିଲିକା ଆସନ ପାଇଁ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁତ୍ର ପୃଥ୍ୱୀରାଜ ହରିଚନ୍ଦନ ଚିଲିକାରୁ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ବିଜେଡ଼ି କୌଣସି ରିସ୍କ ନେବାକୁ ଚାହୁଁନାହିଁ । ବିଜେଡି ଚିଲିକା ଆଶାୟୀ ରଘୁ ସାହୁଙ୍କ ନାଁରେ ଅନେକ ଅଭିଯୋଗ ଥିବାରୁ ସିଦ୍ଧାନ୍ତଙ୍କୁ ଚିଲିକାରୁ ପ୍ରାର୍ଥୀ କରିବାକୁ ମନସ୍ତ କରିଛି ବିଜେଡି।

sidhant mahapatra
Image dailyhunt.in


Reporot: OmmtvOdisha